ଆଜି କେମିତି କଟିବ ଆପଣଙ୍କ ଦିନ? କେଉଁ ରାଶିର ଭାଗ୍ୟ ଚମକିବ, କାହାକୁ ମିଳିବ ସଫଳତା ଏବଂ କେଉଁ ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଆଜିର ରାଶିଫଳ, ଶୁଭ ରଙ୍ଗ, ଶୁଭ ସଂଖ୍ୟା ଓ ପ୍ରତିକାର।

 ମେଷ (Aries) – ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ମିଳିପାରେ ଶୁଭଫଳ

ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବା ସହ ଖେଳକୁଦରେ ସଫଳତା ମିଳିପାରେ। କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲାରୁ ଦୂରେଇ ରହିବା ଭଲ। ଆର୍ଥିକ ସ୍ଥିତି ଓ ସମ୍ମାନ ବଜାୟ ରହିପାରେ।

ଶୁଭ ରଙ୍ଗ: ଲାଲ | ଶୁଭ ସଂଖ୍ୟା: ୯  
ପ୍ରତିକାର:“ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ” ମନ୍ତ୍ର ଜପ କରନ୍ତୁ।

ବୃଷ (Taurus) – ଖର୍ଚ୍ଚ ବଢ଼ିପାରେ, ସମ୍ପତ୍ତି କିଣିବାର ସୁଯୋଗ

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ଖର୍ଚ୍ଚ ବଢ଼ିପାରେ। ପାରିବାରିକ ଓ ସନ୍ତାନ ସମ୍ବନ୍ଧୀୟ ବିଷୟରେ ସତର୍କ ରୁହନ୍ତୁ। ନିଜ ବୁଦ୍ଧି ଓ କୌଶଳ ବଳରେ କାର୍ଯ୍ୟ ହାସଲ କରିପାରିବେ। ସମ୍ପତ୍ତି କିଣିବା ପାଇଁ ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅବହେଳା ନକରିବା ଉଚିତ।

ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୬  
ପ୍ରତିକାର: ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ।

 ମିଥୁନ (Gemini) – ପ୍ରୟାସରେ ମିଳିବ ସଫଳତା, ସମ୍ପର୍କରେ ରଖନ୍ତୁ ସତର୍କତା

ପରିବାରରେ ଛୋଟ ଛୋଟ କଥାକୁ ନେଇ ମତଭେଦ ହୋଇପାରେ। ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଆଇନଗତ ମାମଲାରେ ଅନୁକୂଳ ଫଳ ମିଳିପାରେ। ଯାତାୟାତ ସମୟରେ ସତର୍କ ରୁହନ୍ତୁ। ଚେଷ୍ଟା କରୁଥିବା କାମରେ ସଫଳତାର ସମ୍ଭାବନା ରହିଛି।

ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା: ୫  
ପ୍ରତିକାର: ମା’ ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ।

୪. କର୍କଟ (Cancer) – ପାରିବାରିକ ଖୁସି ସହ ବଢ଼ିବ ଆତ୍ମବିଶ୍ୱାସ

ଆଜି ଶାରୀରିକ ଓ ମାନସିକ ସନ୍ତୁଳନ ଭଲ ରହିପାରେ। ପ୍ରିୟଜନଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିବ। ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରୟାସ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରନ୍ତି।

ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୨  
ପ୍ରତିକାର: କୌଣସି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ଦିଅନ୍ତୁ।

୫. ସିଂହ (Leo) – କର୍ମକ୍ଷେତ୍ରରେ ବଢ଼ିବ ଦକ୍ଷତା, ଶିକ୍ଷାରେ ସଫଳତା

କର୍ମକ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ। ସହକର୍ମୀଙ୍କ ସହଯୋଗରେ ଅଟକିଥିବା କାମ ଆଗକୁ ବଢ଼ିବ। ନୂଆ ଯୋଜନା ପ୍ରସ୍ତୁତ କରିବାରେ ମନ ବଳାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇପାରନ୍ତି।

ଶୁଭ ରଙ୍ଗ: ନାରଙ୍ଗୀ | ଶୁଭ ସଂଖ୍ୟା: ୧  
ପ୍ରତିକାର: ଶ୍ରୀ ମାତଙ୍ଗୀଙ୍କ ଆରାଧନା କରନ୍ତୁ।

 କନ୍ୟା (Virgo) – ଚାକିରିରେ ମିଳିପାରେ ନୂଆ ଦାୟିତ୍ୱ

ଚାକିରି କରୁଥିବା ବ୍ୟକ୍ତିଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ୱ ମିଳିପାରେ। ନୂଆ କୌଶଳ ଶିଖିବା ଓ ଜ୍ଞାନ ବଢ଼ାଇବାର ସୁଯୋଗ ରହିଛି। ପଡ଼ୋଶୀଙ୍କ କଥାକୁ ନେଇ ମନ ଖରାପ କରନ୍ତୁ ନାହିଁ। ଧୈର୍ଯ୍ୟ ଓ ପରିଶ୍ରମ ଦ୍ୱାରା କାର୍ଯ୍ୟରେ ସଫଳତା ପାଇପାରିବେ।

ଶୁଭ ରଙ୍ଗ: ସବୁଜ | ଶୁଭ ସଂଖ୍ୟା: ୫  
ପ୍ରତିକାର: ବୁଧ ଗ୍ରହଙ୍କ ମନ୍ତ୍ର ପାଠ କରନ୍ତୁ।

୭ତୁଳା (Libra) – ନୂଆ ବ୍ୟବସାୟ ଆରମ୍ଭ ପାଇଁ ମିଳିପାରେ ସୁଯୋଗ

ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ନିଜ ଲୋକଙ୍କୁ ନେଇ ମନରେ ଦ୍ୱନ୍ଦ୍ୱ ଦେଖାଦେଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ଉପଯୁକ୍ତ ପ୍ରସ୍ତୁତି ସହ ଆଗକୁ ବଢ଼ନ୍ତୁ। ଆଇନଗତ ସମସ୍ୟାରେ ଓକିଲଙ୍କ ସହଯୋଗ ମିଳିପାରେ।

ଶୁଭ ରଙ୍ଗ: ଧଳା | ଶୁଭ ସଂଖ୍ୟା: ୬  
ପ୍ରତିକାର:ଶୁକ୍ର ଗ୍ରହଙ୍କ ପୂଜା ସହ ମନ୍ତ୍ର ପାଠ କରନ୍ତୁ।

ବିଛା (Scorpio) – ଆର୍ଥିକ ଲାଭର ସମ୍ଭାବନା, ସ୍ୱାସ୍ଥ୍ୟରେ ରୁହନ୍ତୁ ସତର୍କ

ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ, ତେଣୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରରେ ଭାଇଭଉଣୀଙ୍କ ଖୁସି ପାଇଁ ପରିବେଶ ଭଲ ରହିପାରେ। ହଜିଯାଇଥିବା ଜିନିଷର ସନ୍ଧାନ ମିଳିପାରେ। ଅଯଥା ଆଇନଗତ ବିବାଦରୁ ଦୂରେଇ ରୁହନ୍ତୁ। ଆଶା କରୁଥିବା ଦିଗରୁ ଅର୍ଥଲାଭର ସମ୍ଭାବନା ରହିଛି।

ଶୁଭ ରଙ୍ଗ: ଲାଲ | ଶୁଭ ସଂଖ୍ୟା:୯  
ପ୍ରତିକାର: ମା’ ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ।

 ଧନୁ (Sagittarius) – କର୍ମକ୍ଷେତ୍ରରେ ପ୍ରଶଂସା, ସମ୍ପତ୍ତିକୁ ନେଇ ସତର୍କତା

ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି। ବନ୍ଧୁଙ୍କ ସହ ନୂଆ ସମ୍ପର୍କ ଗଢ଼ି ଉଠିବାର ସୁଯୋଗ ରହିଛି। ସମ୍ପତ୍ତିକୁ ନେଇ ସାମାନ୍ୟ ମତଭେଦ ହୋଇପାରେ। ମିଳିମିଶି କାମ କଲେ ଲକ୍ଷ୍ୟ ହାସଲ କରିବା ସହଜ ହେବ।

ଶୁଭ ରଙ୍ଗ: ହଳଦିଆ | ଶୁଭ ସଂଖ୍ୟା:୩  
ପ୍ରତିକାର: ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।

 ମକର (Capricorn) – ଘର କିଣିବାର ସୁଯୋଗ, ପରିବାରରେ ରଖନ୍ତୁ ଧୈର୍ଯ୍ୟ

ପରିବାରରେ ବିଭିନ୍ନ ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟର ସହ ସମାଧାନ କରିପାରିବେ। ଜୀବନସାଥୀଙ୍କ ସହ ଦୂରଯାତ୍ରାରେ ଆନନ୍ଦ ମିଳିପାରେ। ରାଜନୈତିକ କିମ୍ବା ସାମାଜିକ କ୍ଷେତ୍ରରେ ପୁରୁଣା କଥାକୁ ନେଇ ଅଯଥା ବିବାଦ କରନ୍ତୁ ନାହିଁ। ଜମି କିମ୍ବା ଘର କିଣିବାର ସୁଯୋଗ ମିଳିପାରେ।

ଶୁଭ ରଙ୍ଗ:ନୀଳ | ଶୁଭ ସଂଖ୍ୟା: ୮  
ପ୍ରତିକାର: ମା’ ଶାରଳାଙ୍କ ପୂଜାର୍ଚ୍ଚନା କରନ୍ତୁ।

 କୁମ୍ଭ (Aquarius) – ଶିକ୍ଷା ଓ ବ୍ୟବସାୟରେ ମିଳିପାରେ ଶୁଭଫଳ

ପାରିବାରିକ ସମସ୍ୟାର ସମାଧାନ ପାଇଁ ଧୈର୍ଯ୍ୟ ଓ ବୁଝାମଣା ଆବଶ୍ୟକ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ଶିକ୍ଷା କ୍ଷେତ୍ରରେ ସୁନାମ ମିଳିବା ସହ ପିଲାମାନଙ୍କ ସଫଳତା ଖୁସି ଆଣିପାରେ। ସଭାସମିତିରୁ ଉପକୃତ ହେବାର ସୁଯୋଗ ରହିଛି।

ଶୁଭ ରଙ୍ଗ:ନୀଳ | ଶୁଭ ସଂଖ୍ୟା: ୮  
ପ୍ରତିକାର: ହନୁମାନଙ୍କ ପୂଜା କରନ୍ତୁ।

ମୀନ (Pisces) – ଆୟ ବୃଦ୍ଧି ସହ ନୂଆ କାର୍ଯ୍ୟ ଆରମ୍ଭର ଯୋଗ

ବନ୍ଧୁମାନଙ୍କ ସହ ଭଲ ସମୟ କଟିବ। ପାରିବାରିକ ଜୀବନରେ ସୁଖଶାନ୍ତି ରହିପାରେ। ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରେ। ନୂଆ କାର୍ଯ୍ୟ ଆରମ୍ଭ କରିବା ଓ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢ଼ିବ। ଆୟ ବୃଦ୍ଧି ପାଇଁ ନୂଆ ସୁଯୋଗ ମିଳିପାରେ।

ଶୁଭ ରଙ୍ଗ:ହଳଦିଆ | ଶୁଭ ସଂଖ୍ୟା: ୩  
ପ୍ରତିକାର: ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।